ପଶ୍ଚିମବଙ୍ଗରେ ପୁଣି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,୨୫/୦୬: ପୁଣି ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ । ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ବାଙ୍କୁଡାରେ ଦୁଇଟି ମାଲଗାଡି ମଧ୍ୟରେ ଧକ୍କା ହୋଇଛି। ଏହା ପରେ ଟ୍ରେନର ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଗୋଟିଏ ମାଲଗାଡିର ଡ୍ରାଇଭର ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ଟ୍ରାକରେ ଏକ ମାଲଗାଡି ଛିଡା ହୋଇଥିବା ବେଳେ ଅନ୍ୟ ଏକ ମାଲଗାଡ଼ି ପଛପଟୁ ଧକ୍କା ଦେଇଥିଲା । ରେଳବଇର ସୂଚନା ଅନୁସାରେ ଦୁଇଟି ମାଲଗାଡି ଖାଲି ରହିଥିଲା । ଦୁଇଟି ମଧ୍ୟରେ କିପରି ଧକ୍କା ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଦୁର୍ଘଟଣା ପରେ ଅନେକ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି ।