ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଗିରଫ

ଭୁବନେଶ୍ୱର,୨୪/୦୬: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଗିରଫ ହୋଇଛନ୍ତି। କିଛି ସମୟ ପରେ ପ୍ରଶାନ୍ତଙ୍କୁ କୋର୍ଟରେ ହାଜର କରାଯାଇପାରେ । ୫କୋଟିରୁ ଅଧିକ ଟଙ୍କା ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରିଛି ସୁନ୍ଦରଗଡ ଭିଜିଲାନ୍ସ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି । କିନ୍ତୁ ଏତେ ଟଙ୍କା କେଉଁଠୁ ଆଣିଲେ ସେ, କୌଣସି ସନ୍ତୋଷ ଜନକ ଉତର ଦେଇପାରି ନାହାନ୍ତି । ଅନେକ ଲୋକଙ୍କ ନାଁରେ ବେନାମୀ ଆକାଉଣ୍ଟ ଖୋଲି ସେମାନଙ୍କ ନାଁରେ ଟଙ୍କା ରଖିଥିଲେ । ଏପର୍ଯ୍ୟନ୍ତ ୫ଟି ବେନାମି ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ । ଗତକାଲି ପ୍ରଶାନ୍ତଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରି ନଗଦ ୩କୋଟି ୨ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ୍ । ତେବେ ବାବୁଙ୍କ ଏତେ ଟଙ୍କା କେଉଁଠୁ ଆଣିଲେ ସେ ନେଇ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ।