ଜଳେଶ୍ବରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର,୨୩/୦୬: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଆଜି ଜଳେଶ୍ୱର ବ୍ଲକ୍ର ଲକ୍ଷ୍ମଣନାଥ ନିକଟରେ ଆୟୋଜିତ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ନେଇ ସିଧାସଳଖ ଲୋକଙ୍କ ସହ ଚର୍ଚ୍ଚା କରିଛନ୍ତି । ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି କ୍ରମରେ ଜଳେଶ୍ୱର ସୁବର୍ଣ୍ଣରେଖା ନଦୀରେ ୨ଟି ପୋଲ, ଅମର୍ଦା ରୋଡରେ ରେଳ ଓଭର ବ୍ରିଜ୍ , ବସ୍ତାରେ ହାଇଜେନିକ୍ ମାଛ ବଜାର ନିର୍ମାଣ, ସୋର ବସଷ୍ଟାଣ୍ଡର ଉନ୍ନତିକରଣ ନେଇ ସୂଚନା ଦେଇଛନ୍ତି।