ଆରପାରିରେ ଅମୁଲ ଗାର୍ଲର ସ୍ରଷ୍ଟା

ଭୁବନେଶ୍ୱର,୨୩/୦୬: ଅମୁଲ ଗାର୍ଲର ସ୍ରଷ୍ଟା ଆଉ ନାହାଁନ୍ତି । ବିଜ୍ଞାପନ ଦୁନିଆର ଅନ୍ୟତମ ପ୍ରଖ୍ୟାତ ବ୍ୟକ୍ତିତ୍ୱ ସିଲଭେଷ୍ଟର ଦାକୁହ୍ନାଙ୍କ ଦେହାନ୍ତ ହୋଇଯାଇଛି । ଅର୍ଟରର୍ଲି-ବର୍ଟରର୍ଲି କ୍ୟାମ୍ପେନର ମୁଖ୍ୟ ପୁରୋଧା ସିଲଭେଷ୍ଟରଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୬୬ ମସିହାରେ ‘ମିିଳ୍କ ପ୍ରଡକ୍ଟ’ ବା ଦୁଗ୍ଧ ଜାତ ଦ୍ରବ୍ୟର ବିଜ୍ଞାପନର ପରିକଳ୍ପନା କରୁଥିଲେ ସିଲଭେଷ୍ଟର । ସେତେବେଳେ ଏଭଳି ଏକ କୁନି ଝିଅର ଚିତ୍ର ସାମ୍ନାକୁ ଆଣିଥିଲେ, ଯାହା କୋଟି କୋଟି ମା’ ଏବଂ ଶିଶୁଙ୍କୁ ପ୍ରଭାବିତ କରିଥିଲା । ନାଁ ରଖାଯାଇଥିଲା- ଅମୁଲ୍ ଗାର୍ଲ ।