ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ

ଭୁବନେଶ୍ୱର,୨୨/୦୬: ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ଜୟନ୍ତୀ ବେହେରା । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ଭଦ୍ରକ, ବାଲେଶ୍ୱର ଓ ଭୁବନେଶ୍ୱରରେ ଏକକାଳୀନ ଚଢ଼ଉ ଜାରି ରହିଛି । ୧୧ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ଭଦ୍ରକ ଫିରିଙ୍ଗପାଟଣାରେ ଥିବା ୩ ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସିଦ୍ଧେଶ୍ୱକ କଲୋନୀରେ ୩ ମହଲା ଓ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ଼ ଟାଉନ ଅଞ୍ଚଳରେ ରହିଛି ଫ୍ଲାଟ । ଏହି ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୪ଜଣ ଡିଏସପି, ୮ଜଣ ଇନସିପେକ୍ଟର ସାମିଲ ହୋଇଛନ୍ତି ।