ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ,୨୧/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଜୀବନରୁ ମାରିଦେବାକୁ ଧମକ ମିିଳିଛି। ଆଜି ଦିଲ୍ଲୀ ପୋଲିସକୁ ଫୋନ୍ କରି ଜଣେ ଯୁବକ ଏହି ଧମକ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ  ପୋଲିସର କହିବା ମୁତାବକ କଲଟି ପଶ୍ଚିମ ବିହାରର ଏକ ଫୋନ ନମ୍ବରରୁ ଆସିଥିଲା । ପ୍ରଥମ କଲରେ ସେ ବିହାର ମୁଖ୍ୟମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏହାପରେ ସେ ପୁଣିଥରେ ଦ୍ୱିତୀୟ ଥର ପାଇଁ ଫୋନ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମାରିଦେବାକୁ ଧମକ ଦେଇଥିଲା । ତେବେ ଏହି ଧମକପୂର୍ଣ୍ଣ କଲ୍ ମିଳିବା ପରେ ଦିଲ୍ଲୀ ପୋଲିସ ଆକ୍ସନକୁ ଆସିଥିବା ଦେଖିବାକୁ ମିଳିଥିଲା ।