ସରିଲା ଖରା ଛୁଟି, ଖୋଲିଲା ସ୍କୁଲ

ଭୁବନେଶ୍ୱର,୨୧/୦୬: ରାଜ୍ୟରେ ସରିଲା ଖରା ଛୁଟି। ଏହାପରେ ଆଜି ସବୁ ସ୍କୁଲ ଖୋଲାଯାଇଛି। ଏହାରିମଧ୍ୟରେ ବାହାନଗା ହାଇସ୍କୁଲ ମଧ୍ୟ ଖୋଲିଛି। ଛାତ୍ରଛାତ୍ରୀ ବାହାନଗା ଉଚ୍ଚ ବିଦ୍ୟାଳୟକୁ ପାଠ ପଢିବାକୁ ଆସିଛନ୍ତି । କିନ୍ତୁ ଏବେ ବି ପିଲାଙ୍କ ମନରେ ଟିକେ ଭୟ ରହିଛି । ତେଣୁ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ଆଜି ସ୍କୁଲକୁ ଆସିଛନ୍ତି । ପିଲାଙ୍କ ମନରୁ ଭୟ ଦୂର କରିବା ପାଇଁ ବାହାନଗା ସ୍କୁଲକୁ ରଙ୍ଗ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଟ୍ରେନ ଦୁର୍ଘଟଣାରେ ମୃତଦେହ ଗୁଡିକୁ ବାହାନଗା ସ୍କଲରେ ରଖାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ମନରେ ଟିକେ ଭୟ ରହିଥିଲା । ସେହି ଭୟକୁ ଦୂର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।