ଅଧାରେ ଅଟକି ଥିଲା ପ୍ରଭୁଙ୍କ ରଥ, ଆଜି ପୁଣି ପୁରୀରେ ରଥ ଟଣା ଆରମ୍ଭ

ଭୁବନେଶ୍ୱର,୨୧/୦୬: ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଚାଲିଛି। ଗତକାଲି ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥ ଟଣା ଆରମ୍ଭ ହୋଇଥିଲା। କିନ୍ତୁ ତିନୋଟି ଯାକ ରଥ ଶରଧାବାଲି/ ଗୁଣ୍ଡିଚା ମନ୍ଦିର ପାଖେ ପହଂଚି ପାରିନଥିଲା। ବାଟରେ ଅଟକି ରହିଥିଲା ମା ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ରଥ। ତେଣୁ ଆଜି ପୁଣି ରଥଟଣା ହୋଇଛି। ବଡଶଙ୍ଖରେ ଅଟକିଥିଲା ଦର୍ପଦଳନ ରଥ । ସେହିପରି ଗଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକିଥିଲା । ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ନିକଟକୁ ନିଆଯିବ । ହେଲେ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଛି ।ଅନ୍ୟପଟେ ଶରଧାବାଲିରୁ ବଳଗଣ୍ଡି ଛକ ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଛି । ସାଧୁସନ୍ଥଙ୍କ ମେଳି ବି ଜମିଛି ଶରଧା ବାଲିରେ । ଭଜନ କୀର୍ତ୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଘଣ୍ଟନାଦ ସାଙ୍ଗକୁ ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଡାକରେ ପ୍ରକମ୍ପିତ ହେଉଛି ପୂରା ପରିବେଶ ।