ଶରଧାବାଲିରେ ତାଳଧ୍ୱଜ ରଥ, ଅଧା ବାଟରେ ଅଟକିଲେ ମା ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥ

ଭୁବନେଶ୍ୱର, ୨୦/୦୬: ଆଜି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ରତ୍ନବେଦୀରୁ ରଥାରୂଢ ହୋଇଛନ୍ତି ମହାବାହୁ। ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାପରେ ସ୍ୱର୍ଯ୍ୟାସ୍ତ ପରେ ମଧ୍ୟ ରଥ ଟଣା ଚାଲିଥିଲା। କିନ୍ତୁ ଗୁଣ୍ଡିଚା ମନ୍ଦିରରେ ପହଂଚିଲାନି ନନ୍ଦିଘୋଷ ରଥ । ଶରଧାବାଲିରେ ତାଳଧ୍ୱଜ ରଥ ପହଂଚିଥିବା ବେଳେ ଅଧାବାଟରେ ନନ୍ଦିଘୋଷ ଅଟକି ରହିଛି । ସେହଭଳି ଦର୍ପଦଳନ ରଥ ଅଧାବାଟରେ ଅଟକି ରହିଥିବା ସୂଚନା ମିଳିଛି।