ଝୁଲିଝୁଲି ଆସୁଛନ୍ତି କାଳିଆ ସାଆନ୍ତେ

ଭୁବନେଶ୍ୱର,୨୦/୦୬: ଆଜି ବିଶ୍ୱ ନୟନ୍ତା ପ୍ରଭୁ ଶ୍ରୀ କାଳିଆ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରା । ଚକ୍ରରାଜ ସୁଦର୍ଶନଙ୍କ, ଦେବୀ ସୁଭଦ୍ରା, ଶ୍ରୀବଳଭଦ୍ରଙ୍କ ପହଣ୍ଡି ଶେଷ ହୋଇଛି । ଘଣ୍ଟ ଓ ଶଙ୍ଖର ଶବ୍ଦରେ ଶ୍ରୀମନ୍ଦିର ପରିସର ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ଶେଷରେ ଗହଳି ଲଗାଇ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥ ଆଡକୁ ଅଗ୍ରସର ହେଉଛନ୍ତି । ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଭକ୍ତିମାନଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅପୂର୍ବ ଉତ୍କଣ୍ଠା ।