ନେପାଳରେ ବନ୍ୟା ଓ ଭୂସ୍ଖଳନ, ୫ମୃତ

ନୂଆଦିଲ୍ଲୀ,୧୯/୦୬: ନେପାଳରେ ଅଭାବନୀୟ ଘଟଣା ଘଟିଛି। ପ୍ରାକୃତିକ ବିପର୍ଯ୍ୟୟ ଯଥା ମୌସୁମୀ ବର୍ଷର ତାଣ୍ଡବ ଦେଖିବାକୁ ମିଳିଛି। ବର୍ଷା ଯୋଗୁଁ ବନ୍ୟା ଓ ଭୟଙ୍କର ଭୂସ୍ଖଳନ ହୋଇଛି । ଯାହା ଫଳରେ ୫ଜଣଙ୍କର ମୃତ୍ୟୁ ହେଇଥିବାଳେ ୧୮ଜଣ ନିଖୋଜ ଥିବା ସୂଚନା ରହିଛି ।

ତଥ୍ୟ ଅନୁସାରେ ଭୀଷଣ ବର୍ଷା ଯୋଗୁଁ କୋଶୀର ଏକାଧିକ ଜିଲ୍ଲାରେ ବିଶେଷତଃ ତାପ୍ଲେଜଙ୍ଗ, ପଞ୍ଚଥର, ସଂଖୁବାସଭା, ଓ ତେରହଥୁମରେ ପ୍ରକୃତିର ପ୍ରଳୟ ରୂପ ଦେଖିବାକୁ ମିଳିଛି । ଏଠାରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮ଜଣଙ୍କ ପତ୍ତା ମିଳୁନି । ଏହାସହ ଅନେକ ସ୍ଥାନରେ ରାସ୍ତା, ଓ ବ୍ରିଜ୍ ଧୋଇ  ହୋଇଯାଇଥିବା ସୂଚନା ରହିଛି।