ମାନବ ବିହୀନ ବିମାନକୁ ସଫଳତାର ସହ ପ୍ରଦର୍ଶନ କଲା ଡିଆରଡିଓ ଏବଂ ଭାରତୀୟ ନୌସେନା

ନୂଆଦିଲ୍ଲୀ,୧୮/୦୬: ଡିଆରଡିଓ ଏବଂ ଭାରତୀୟ ନୌସେନାର ଦଳ ଏକ ମାନବ ବିହୀନ ବିମାନକୁ ସଫଳତାର ସହ ପ୍ରଦର୍ଶନ କରିଛନ୍ତି। ୧୬ ଜୁନ ୨୦୨୩ ରେ ଏକ ଡିଆରଡିଓ ଏବଂ ଭାରତୀୟ ନୌସେନା ଦଳ କର୍ଣ୍ଣାଟକର ଆର୍ଗା ସ୍ଥିତ କରୱର ନାଭାଲ ବେସ ଠାରୁ ୧୪୮ କିଲୋମିଟର ଦୂରରେ ଥିବା ଆଇଲନଏସ ସୁଭଦ୍ରା ଠାରେ ଏକ ମାନବ ବିହୀନ ବିମାନ ଯାନକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହା ସଫଳତାର ସହ ସ୍ଥାନାନ୍ତର ନିୟନ୍ତ୍ରଣ କ୍ଷମତା ପ୍ରଦର୍ଶନ କରିଥିଲା।

ନାଭାଲ ବେସ ଠାରୁ ୨୮୫ କିଲୋମିଟର ଦୂରରେ ଥିବା ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ଚିତ୍ରଦୁର୍ଗ ଠାରୁ ସକାଳ ୭ଟା ୩୫ରେ ଉଡ଼ାଣ କରିଥିଲା । ମାନବ ବିହୀନ ବିମାନକୁ ନିୟନ୍ତ୍ରଣ କରିବା ପାଇଁ ଆଇଏନଏସ ସୁଭଦ୍ରା ଉପରେ ଏକ ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେଶନ ଏବଂ ଦୁଇଟି ସିପ ଡାଟା ଟର୍ମିନାଲ ସ୍ଥାପନ କରାଯାଇଥିଲା। ପରୀକ୍ଷା ପରେ ସଫଳତାର ସହିତ ଏଟିଆରରେ ଅବତରଣ କରିଥିଲା ।