ରଥଯାତ୍ରା : ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଗାଡିର ବ୍ୟବସ୍ଥା

ଭୁବନେଶ୍ୱର,୧୮/୦୬: ହାତ ଗଣତି ଆଉ ମାତ୍ର ଦିନକ ପରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏହାପୂର୍ବରୁ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କରି ସୂଚନା ଦେଇଛନ୍ତି ଏଡିଜି ଅମିତାଭ ଠାକୁର । ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ମାଗଣା ଗାଡିର ବ୍ୟବସ୍ଥା ସହ ଜରୁରୀ ସେବା ପାଇଁ ହେଲ୍ଥ ସେଣ୍ଟର କରାଯାଇଛି।
ବିଭିନ୍ନ ସ୍ଥାନରେ ପାଣି ବ୍ୟବସ୍ଥା କରାଯାଇଛି। ରଥଯାତ୍ରାରେ ୪୪ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।

ସେହିିିପରି ରଥଯାତ୍ରା, ସୁନାବେଶ ଓ ବାହୁଡା ପାଇଁ ପାର୍କିଂ ବ୍ୟବସ୍ଥା ହୋଇଛି। ୨୪ଟି ସ୍ଥାନରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି। ୪ଚକିଆ ଯାନ ପାଇଁ ତାଳବଣିଆ ପାଖରେ ୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା, ୨ଚକିଆ ପାଇଁ ଜଗନ୍ନାଥ ବଲ୍ଲଭ ଏବଂ ମାଟି ତୋଟାରେ ପାର୍କିଂ ବ୍ୟବସ୍ଥା ଓ ମଶାଣି ଚଣ୍ଡି, ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଚଳ ହୋଟେଲରେ ପାର୍କିଂ ବ୍ୟବସ୍ଥା ହୋଇଛି। ଏହାସହ ମାଳତୀପାଟପୁର ବସଷ୍ଟାଣ୍ଡରେ ଇଣ୍ଟରଷ୍ଟେଟ୍ ଟୁରିଷ୍ଟ ବସ୍ ରହିିବ।