ଦର୍ପଦଳନ ରଥର ଅଖରେ ଫାଟ

ଭୁବନେଶ୍ୱର,୧୭/୦୬: ଆଉ ଦୁଇ ଦିନ ଗଲେ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା। ଏହାରିମଧ୍ୟରେ ଦର୍ପଦଳନ ରଥର ଅଖରେ ଫାଟ ଦେଖେଦେଇଥିବା ସୂଚନା ମିଳିଛି। ରଥର ପଛପଟରେ ଥିବା ସାନ ଉଛୁଳା ଅଖରେ ଫାଟ ହୋଇଛି । ଏହି ସାନ ଉଛୁଳା ଉପରେ ରଥର ସମ୍ପୂର୍ଣ୍ଣ ଭାର ନିର୍ଭର କରିଥାଏ ।  ଅଖରେ ଥିବା ବଟମ୍ ପ୍ୟାକିଂ ଓ କ୍ଲାମ୍ପ ଫିଟିଂ କରାଯାଇଛି । ଯେହେତୁ ଫାଟ ରହିଛି ତେଣୁ ଏବେ ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି । ସେପଟେ ମଙ୍ଗଳବାର ରଥଯାତ୍ରା, ଏହାପୂର୍ବରୁ ସୁଭଦ୍ରାଙ୍କ ରଥକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ ।