ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ପୁରୀ,୧୭/୦୬: ଉପଚାର ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ଅଣସରର ଚତୁର୍ଦ୍ଦଶୀ ତିଥି । ସେବାୟତଙ୍କ ଦ୍ୱାରା ଖଡ଼ି ପ୍ରସାଦ ବିଜେ ସହ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଘଣ୍ଟ, ଛତା କାହାଳୀ ମଧ୍ୟରେ ଶ୍ରୀନହରକୁ ଖଡ଼ି ପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡ଼ି ପ୍ରସାଦ, ଦଇତାପତି ଓ ଦତମହାପାତ୍ର ସେବକମାନେ ରୂପା ଥାଳିରେ ଆଣି ଗଜପତି ମହାରାଜାଙ୍କୁ ପ୍ରସାଦ ଅର୍ପଣ କରିବେ । ଏହା ପରେ ଦତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ବନକଲାଗି ନୀତି ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ ।