ବଡ଼ ଖବର: ବଢ଼ିଲା ଗ୍ରୀଷ୍ମକାଳୀନ ଛୁଟି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ବର,୧୬/୦୬: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପିଲାମାନଙ୍କର ଗ୍ରୀଷ୍ମକାଳୀନ ଛୁଟି ବୃଦ୍ଧି କରାଯାଇଛି। ଜୁନ ୧୯ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସୂଚନାଯୋଗ୍ୟ, ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡ଼ିକ ଏପ୍ରିଲ ୨୧ ତାରିଖ ଠାରୁ ଗ୍ରୀଷ୍ମକାଳୀନ ଛୁଟି ହୋଇଛି। ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିଛି। ଅନ୍ୟପଟେ ଆଜି ରାଜ୍ୟରେ ୩୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରହିଛି।