ମହାପ୍ରଭୁଙ୍କ ପାଖେ ଲାଗି ହେବ ଘଣା ଏବଂ ଖଳି ପ୍ରସାଦ

ଭୁବନେଶ୍ୱର,୧୬/୦୬: ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଆଜି ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥିରେ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ । ଏଥିପାଇଁ ପାଟଡୋର, ଖଳି ପ୍ରସାଦ ଓ ଖଡି ପ୍ରସାଦ ଲାଗି ହେବ । ଅଣସର ଘରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜିଉଙ୍କୁ ଘଣାଲାଗି ପରେ ଖଳି ଲାଗି ଓ ପରେ ଖଡି ଲାଗି ହେବ ।ସଂଧ୍ୟାରେ ଘଣ୍ଟ, ଛତା, କାହାଳୀ ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯିବ । ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଦିବ୍ୟ ପ୍ରଲେପକୁ ଦଇତାପତି ସେବକ ଶ୍ରୀଅଙ୍ଗରେ ଲାଗି କରିବେ । ଭିତର ଖଳି ଲାଗି ପୂର୍ବରୁ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି ସମ୍ପନ୍ନ ହେବ ।