ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କର ନବ ଯୌବନ ଦର୍ଶନ

ଭୁବନେଶ୍ୱର,୧୫/୦୬: ଆସନ୍ତା ୧୯ ତାରିଖରେ ଶ୍ରୀଜିଉଙ୍କର ମାତ୍ର ୩ ଘଣ୍ଟା ନବ ଯୌବନ ଦର୍ଶନ ହେବ। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକାଳ ୮ଟାରୁ ୯ଟା ଯାଏ ପରିମାଣିକ ଦର୍ଶନ ବ୍ୟବସ୍ଥା ରହିବ। ସକାଳ ୮ଟାରୁ ୯ଟା ଯାଏ ପାରମାଣିକ ଟିକେଟଧାରୀ କରିପାରିବେ ଦର୍ଶନ। ପାରମାଣିକ ଟିକେଟର ଦାମ ୧୦୦ ଟଙ୍କା ସ୍ଥିର କରାଯାଇଛି। ସେହିଭଳି ସକାଳ ୯ଟାରୁ ୧୧ଟା ଯାଏଁ ସାହାଣମେଲା ଦର୍ଶନ କରିପାରିବେ ଭକ୍ତ । ୨ ଘଣ୍ଟା ଧରି ସାହାଣ ମେଲା ଦର୍ଶନ କରିପାରିବେ ସାଧାରଣ ଲୋକେ । ତେବେ ଦିନ୧୧ଟାରୁ ଦର୍ଶନ ବନ୍ଦ ରହିବ।