ଏକାସାଙ୍ଗରେ ଉଦଘାଟନ ହେବ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ

ନୂଆଦିଲ୍ଲୀ,୧୪/୦୬: ପ୍ରଥମ ଥର ପାଇଁ ଭାରତୀୟ ରେଳ ଦେଶରେ ଏକାସାଙ୍ଗରେ ୫ଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିବାକୁ ନିଷ୍ପତ୍ତି ନେଇଛି । ଏହି ୫ଟି ବନ୍ଦେ ଭାରତ ଟ୍ରେନର ରୁଟ୍ ସ୍ଥିର କରାଯାଇଛି । ଏହାସହ ଉଦଘାଟନ ତାରିଖ ମଧ୍ୟ ଚୂଡ଼ାନ୍ତ ହୋଇଛି। ମେ ୨୬ ରେ ପ୍ରଧାନମନ୍ତ୍ରୀ ୫ଟି ବନ୍ଦେ ଭାରତ ପତାକା ଉଦଘାଟନ କରିବେ । ଗୋଟିଏ ସ୍ଥାନରେ ନିଜେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହିବେ ଏବଂ ଅନ୍ୟ ୪ଟି ସ୍ଥାନରେ ଭର୍ଚୁଆଲ୍ ପତାକା ପ୍ରଦର୍ଶନ କରାଯିବ। ଏହି ୫ଟି ବନ୍ଦେ ଭାରତ ଟ୍ରେନ୍ ଭୋପାଳ-ଇନ୍ଦୋର, ଭୋପାଳ-ଜବଲପୁର, ପାଟନା-ରାଞ୍ଚି, ବେଙ୍ଗାଲୁରୁ-ହୁବଲି ଏବଂ ଗୋଆ-ମୁମ୍ବାଇ ମଧ୍ୟରେ ଚଳାଚଳ କରିବ।ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ଟି ବନ୍ଦେ ଭାରତ ଟ୍ରେନ୍ ସଫଳତାର ସହ ଚଳାଚଳ କରୁଛି। ବନ୍ଦେ ଭାରତ ଯେଉଁ ତିନୋଟି ପ୍ରମୁଖ ରାଜ୍ୟରେ କାମ କରୁନାହିଁ ତାହା ହେଉଛି ଗୋଆ, ଝାଡ଼ଖଣ୍ଡ ଓ ବିହାର। କିନ୍ତୁ ଆସନ୍ତା ୨୬ ପରେ ଏହି ତିନୋଟି ରାଜ୍ୟରେ ବନ୍ଦେ ଭାରତ ଚଳାଚଳ କରିବ ।