ରାଜ୍ୟରେ ହଠାତ୍ ପାଗରେ ପରିବର୍ତ୍ତନ, ଆକାଶ ମେଘାଚ୍ଛନ୍ନ ସହ ଝିପି ଝିପି ବର୍ଷା

ଭୁବନେଶ୍ୱର,୧୩/୦୬: ରାଜ୍ୟରେ ଅସହ୍ୟ ଗୁଳୁଗୁଳି ଆଶ୍ବସ୍ଥି ମିଳିଛି। ଏହାରିମଧ୍ୟରେ ଆଜି ସକାଳୁ ପାଗରେ ହଠାତ୍ ପରିବର୍ତ୍ତନ ହେବାର ଦେଖାଦେଇଛି। ଉପକୂଳ ଓଡ଼ିଶାରେ ଆକାଶ ମେଘାଚ୍ଛନ ରହିବା ସହ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି । ଭୁବନେଶ୍ୱର ସମେତ ଗଞ୍ଜାମ ଓ ପୁରୀରେ ଝିପିଝିପି ବର୍ଷା ହେଉଛି । ବାଦଲ ସମୂହ ଉପକୂଳ ମୁହାଁ ହେଉଥିବାରୁ ଆକାଶ ମେଘାଚ୍ଛନ୍ନ ରହିଛି । ଫଳରେ କିଛି ଦିନ ହେବ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ଲୋକଙ୍କୁ ସାମାନ୍ୟ ନିସ୍ତାର ମିଳିଛି । ସେହିପରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ମେଘୁଆ ପାଗ ଦେଖିବାକୁ ମିଳିଛି ।