ରାଜ୍ୟରେ ତାତି, ଗରମ ଓ ଗୁଳୁଗୁଳି ସହ ମାଡ଼ ହେବ ଝାଞ୍ଜି ପବନ

ଭୁବନେଶ୍ୱର,୧୨/୦୬: ଆଜିଠୁ ଭୟଙ୍କର ତାତି । ତାତି, ଗରମ ଓ ଗୁଳୁଗୁଳି ସହ ଝାଞ୍ଜି ପବନ ମାଡ଼ ହେବ । ଆଉ ରଜର କୋହଲା ପାଗ ଏଥର ଦେଖିବାକୁ ମିଳିନପାରେ । କାରଣ ଏଥର ରଜରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । ଭୟଙ୍କର ତାପମାତ୍ରାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗୀର ଓ ବରଗଡ଼ । ଏହି ଦୁଇ ସହରର ସର୍ବୋଚ୍ଚ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରହିଛି ।

ସ୍ୱାଭାବିକ ତାପମାତ୍ରା ଠାରୁ ୪ରୁ ୬ ଡିଗ୍ରୀ ଅଧିକ ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରାଯାଇଛି । ତେଣୁ ୨୦ ତାରିଖ ପୂର୍ବରୁ ରାଜ୍ୟକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବାର ସମ୍ଭାବନା କମ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ପାଇଁ ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏବଂ ୪ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଜୁନ ୧୩ ତାରିଖ ପାଇଁ ୫ଟି ଜିଲ୍ଲାକୁ ଅରେଞ୍ଜ ଓ ୫ଟି ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ।