ହାଇସିକ୍ୟୁରିଟୀ ନମ୍ବର ଲଗାଇନଥିବା ଚାଳକଙ୍କୁ ନାହିଁ ନିସ୍ତାର, ଜୁନ୨୩ ଜୋରଦାର ଚେକିଂ

ଭୁବନେଶ୍ୱର,୯/୬: ହାଇସିକ୍ୟୁରିଟୀ ନମ୍ବର ଲଗାଇନଥିବା ଚାଳକଙ୍କୁ ଆଉ ନିସ୍ତାର ନାହିଁ । ଜୁନ୍ ୨୩ରୁ ଜୋରଦାର ଗାଡ଼ି ଯାଂଚ ହେବ। ନୂଆ ନମ୍ବର ପ୍ଲେଟ୍ ଲଗାଇନଥିଲେ ଦେବାକୁ ପଡିବ ତଣ୍ଡ । ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଯାଞ୍ଚ ବେଳେ ନୂଆ ନମ୍ବର ପ୍ଲେଟ୍ ଲାଗିନଥିଲେ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ ହେବ । ନିୟମ ପାଳନ କରୁନଥିବା ଗାଡ଼ି ଚାଳକଙ୍କୁ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ । ଚଳିତବର୍ଷ ଫେବୃୟାରୀ ୨୮ ତାରିଖ ସୁଦ୍ଧା ହାଇସିକ୍ୟୁରିଟୀ ନମ୍ବର ଲଗାଇବା ପାଇଁ ସମୟ ସୀମା ଧାଯ୍ୟ କରାଯାଇଥିଲା ।