ରାଜଧାନୀରେ ପ୍ରବଳ ଘଡଘଡି ସହ ବର୍ଷା

ଭୁବନେଶ୍ୱର,୮/୬: ରାଜ୍ୟରେ ଏବେ ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭତ ହେଉଛି। ଏହାରିମଧ୍ୟରେ ରାଜଧାନୀରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷା ହୋଇଛି। ପ୍ରବଳ ଘଡଘଡି,ପବନ ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଧୂଳିଝଡ ସାଙ୍ଗକୁ ବର୍ଷା ହୋଇଛି । ବର୍ଷା ପରେ ରାଜଧାନୀବାସୀ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ତ୍ରାହିପାଇଛନ୍ତି ଲୋକେ ।