ରାଜ୍ୟରେ ଆଜି ୨୬୦ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ୧୦/୧ (ଦି ପ୍ରଗତି ନ୍ୟୁଜ): ବର୍ତ୍ତମାନ କ୍ରମାଗତ ଭାବେ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସଂଖ୍ୟା କମି କମି ଚାଲିଛି । ସେହିପରି ଆଜି ମଧ୍ୟ ୨୯ ଜିଲ୍ଲାରୁ ୨୬୦  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୬୦ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୦୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୧୮୬୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୨୧, ବାଲେଶ୍ୱରରୁ ୨, ବରଗଡ଼ରୁ ୧୯, ଭଦ୍ରକ ରୁ ୬, ବଲାଙ୍ଗୀର ରୁ ୯, ବୌଦ୍ଧ ରୁ ୨, କଟକରୁ ୨୪, ଦେଓଗଡ଼ରୁ ୪, ଢେ଼ଙ୍କାନାଳ ରୁ ୧, ଗଜପତିରୁ ୧୮, ଗଞ୍ଜାମରୁ ୫, ଜଗତସିଂହପୁର ରୁ ୧, ଯାଜପୁରରୁ ୯, ଝରସୁଗୁଡ଼ାରୁ ୧୫, କଳାହାଣ୍ଡି ରୁ ୮, କନ୍ଧମାଳରୁ ୩, କେନ୍ଦ୍ରାପଡା ରୁ ୨, କେନ୍ଦୁଝର ରୁ ୧୦, ଖୋର୍ଦ୍ଧାରୁ ୧୧, କୋରାପୁଟରୁ ୧, ମାଲକାନଗିରି ରୁ ୧, ମୟୁରଭଞ୍ଜରୁ ୧୧, ନବରଙ୍ଗପୁର ରୁ ୨, ନୂଆପଡ଼ାରୁ ୮, ପୁରୀରୁ ୯, ରାୟଗଡ଼ାରୁ ୩, ସମ୍ବଲପୁରରୁ ୧୯, ସୋନପୁରରୁ ୩, ସୁନ୍ଦରଗଡ଼ରୁ ୩୧ ଜଣ ଚିହ୍ନଟ ହୋଇଛନ୍ତି ।