କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୮/୬: କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଲକ୍ଷାଦ୍ୱୀପ ଓ କେରଳର ସବୁ ଅଞ୍ଚଳକୁ ମୌସୁମୀ ଛୁଇଁଛି । ଦକ୍ଷିଣ-ପଶ୍ଚିମ ଅଭିମୁଖେ ମୌସୁମୀ ଅଗ୍ରସର ହେଉଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ‘ବିପର୍ଯ୍ୟୟ’ବ୍ୟାତ୍ୟା ପ୍ରଭାବ ଥିବାରୁ ସପ୍ତାହେ ବିଳମ୍ବରେ ମୌସୁମୀ ସ୍ଥଳଭାଗ ଛୁଇଁଥିବା ପାଣିପାଗ ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାରିମଧ୍ୟରେ ରଜରେ ଓଡିଶା ଛୁଇଁବା ନେଇ ସମ୍ଭାବନା ରହିଛି