ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି

ପୁରୀ,୮/୦୬: ଆଜି ଅନସରରେ ହେଉଛି ଚତୁର୍ଥ ଦିନ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ହେବ । ଶ୍ରୀମନ୍ଦିରରେ ଶ୍ରୀବୀଗ୍ରହଙ୍କ ପ୍ରତିଷ୍ଠା କରାଯିବା ପରେ ଅନସର ସମୟରେ ଶ୍ରୀଜିଉଙ୍କୁ କିଭଳି ସେବା କରାଯିବ ତାହା ବୈଦିକ ରୀତିରେ ଓ ପାରମ୍ପରିକ ମତେ ପାଳିତ ପରମ୍ପରା ହେଉଛି ଅନସର । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସଂରକ୍ଷଣ ପାଇଁ ଗୁପ୍ତ ନୀତି କରାଯିବାର ବୈଶିଷ୍ଠ୍ୟ ରହିଛି । ସେପଟେ ଅଣସର ସମୟରେ ଦୁଇ ବେଳା ମହାପ୍ରଭୁଙ୍କ ପଣା ଭୋଗ ଓ ଚକଟା ଭୋଗ ଅର୍ପଣ କରିବାର ବିଧି ରହିଛି । ଜ୍ୱରରୁ ଉପଶମ ପାଇଁ ଦିଆଯାଉଛି ଅନସର ପଣା ଓ ଚକଟା ଭୋଗ ।