ପୁଣି ଅଘଟଣ, ଲୌହ ଦାନବ ନେଲା ୬ ଜୀବନ

ଭୁବନେଶ୍ୱର,୭/୬: ପୁଣି ଅଘଟଣ। ଯାଜପୁର ରୋଡ ଷ୍ଟେସନ ନିକଟରେ ୱାଗନରେ କଟି ଚାଲିଗଲା ୬ ଜଣଙ୍କ ଜୀବନ । ବର୍ଷା ପବନ ହେବା ବେଳେ ଟ୍ରାକରେ ଥିବା ୱାଗନ୍ ତଳେ ସାହାରା ନେଇଥିଲେ ସାତ ଜଣ ଶ୍ରମିକ । ହେଲେ ହଠାତ୍ ୱାଗନଟି ଗଡିଯିବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁରୁତର ଦୁଇ ଜଣ ଶ୍ରମିକଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଟ୍ରାକ ସଜାଡିବା କାମରେ ନିୟୋଜିତ ଶ୍ରମିକମାନେ ୱାଗନ୍ ତଳେ ଆଶ୍ରୟ ନେଇଥିଲେ । ରେଳ ଟ୍ରାକ କାମ କରୁଥିବାବେଳେ ବର୍ଷା ହେବାରୁ ୱାଗନ ତଳେ ପଶିଯାଇଥିଲେ । ତେବେ ଜୋରରେ ପବନ ହେବାରୁ ୱାଗନଗୁଡିକ ଗଡିଯାଇଥିବା କୁହାଯାଉଛି । ଆଉ ଏହି ସମୟରେ ଶ୍ରମିକମାନେ ଚକାତଳେ ଚାପି ହୋଇଯାଇଥିଲେ ।୩ ଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ୩ ଜଣ ମେଡିକାଲରେ ପ୍ରାଣ ହରାଇଛନ୍ତି ।