ବାତ୍ୟା ବିପର୍ଯ୍ୟୟ ପାଇଁ ଡେରିରେ କେରଳ ଛୁଇଁବ ମୌସୁମୀ

ଭୁବନେଶ୍ୱର,୭/୦୬: ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଇଛି ବାତ୍ୟା ବିପର୍ଯ୍ୟୟ। ଏବେ ଏହା ଉତର ଦିଗରେ  ଗତିପଥ ସ୍ଥିର ରହିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏହା କେରଳ ଉପକୂଳରେ ମେଘ ସଂଗଠିତ ହେବାରେ ବାଧକ ସାଜିଛି । ଫଳରେ ମୌସୁମୀ କେରଳ ଆସିବାକୁ ଆହୁରି ୩ ଦିନ ବିଳମ୍ବ ହୋଇପାରେ ।୯ ତାରିଖ ପୂର୍ବରୁ ମୌସୁମୀ କେରଳ ଛୁଇଁନପାରେ । ତେଣୁ ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ରାଜ୍ୟରେ ଏବେ ତାତି ଜାରି ରହିଥିବା ବେଳେ ଆଗକୁ ତାତି ଆହୁରି ବଢିବା ସମ୍ଭାବନା ରହିଛି ।