କଟକ ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା

ଭୁବନେଶ୍ୱର,୬/୬: କଟକ ରେଭେନ୍ସା ପଡିଆରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏସସିବି ହସ୍ପିଟାଲ ଯାଇ ସେଠାରେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବେ ।ତେବେ ଏସସିବିରେ ଚିକିତ୍ସିତ ହେଉଛନ୍ତି ୫୮ ଆହତ ଯାତ୍ରୀ ।  ପରେ ଡାକ୍ତରୀ ଟିମ୍, ଏସସିବି ଅଧୀକ୍ଷକ ଓ ଅନ୍ୟ କର୍ତୃପକ୍ଷଙ୍କ ସହ ଆଲୋଚନା କରିବେ । ମମତା ବାନାର୍ଜୀ ଏସସିବି ପରେ ଭୁବନେଶ୍ୱର ଆସିବେ । ଭୁବନେଶ୍ୱରରେ ପଶ୍ଚିମବଙ୍ଗର କିଛି ମୃତକଙ୍କୁ ପରିବାରକୁ ଭେଟିବା ସହ ମୃତଦେହ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବେ ।