୧୭୦ ଜଣଙ୍କ ମୃତଦେହ ପରିଚୟ ମିଳିପାରିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୫/୦୬: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ମୃତ ଦେହକୁ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଦୁର୍ଘଟଣାରେ ଶରୀର ଅଧିକ କ୍ଷତିଗ୍ରସ୍ତ ହୋଇଯାଇଥିବାରୁ ମୃତ ଶରୀରକୁ ଚିହ୍ନିବାରେ ବହୁ କଷ୍ଟ ହେଉଛି । ଏହାରି ମଧ୍ୟରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଚିହ୍ନଟ ହୋଇଛି ।ମୃତଦେହ ଚିହ୍ନଟ ହେବା ପରେ ହସ୍ତାନ୍ତର ପ୍ରକ୍ରିୟା ଚାଲିଛି । ତେବେ ଘରେ ମୃତଦେହକୁ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ଖର୍ଚ୍ଚ ବହନ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।