୨୭୫ ମଧ୍ୟରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ ହୋଇପାରିଛି: ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୪/୦୬: ବାହାନଗା ଷ୍ଟେସନ ନିକଟରେ ଗତ ୨ ତାରିଖ ଦିନ ଘଟିଥିବା ଭୟଙ୍କର ଦୁର୍ଘଟଣାରେ ବହୁ ଲୋକ ପ୍ରାଣ ହରାଇଛନ୍ତି। ସେହି ମୃତକଙ୍କ ମଧ୍ୟରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି। ବାଲେଶ୍ୱର ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଦିନ ୧୦ଟା ସୁଦ୍ଧା ସେଥି ମଧ୍ୟରୁ ୧୦୮ ଜଣଙ୍କ ମୃତଦେହ ଚି଼ହ୍ନଟ କରାଯାଇଛି। ଶବ ହସ୍ତାନ୍ତର ପକ୍ରିୟା ଜାରି ରହିଛି। ଚାରୋଟି ମୃତଦେହକୁ ତାଙ୍କ ସମ୍ପର୍କୀୟ ଚି଼ହ୍ନଟ କରିଥିବା ବେଳେ ଖୁବ ଶୀଘ୍ର ସେମାନଂକୁ ହସ୍ତାନ୍ତର କରାଯିବ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି।ସେ ଏହାମଧ୍ୟ କହିଛନ୍ତି ଯେ ୨୭୫ଟି ମୃତଦେହ ମଧ୍ୟରୁ ୧୯୦ଟି ଭୁବନେଶ୍ୱରକୁ ଅଣାଯିବ। ଏଥିରୁ ୧୮୦ଟି ମୃତଦେହ ପହଂଚିଥିବା ବେଳେ ଆଉ ୧୦ଟି ଖୁବ ଶୀଘ୍ର ପହଂଚିବ।