ଆଉ ମିଳିବନି ଏହି ମେଡ଼ିସିନ,ସରକାର ଲଗାଇଲେ ପ୍ରତିବନ୍ଧକ

ଭୁବନେଶ୍ୱର,୪/୦୬: ଆଉ ମିଳିବନି ଏହି ମେଡ଼ିସିନ!  ସରକାରଙ୍କ ତରଫରୁ ଏବେ ୧୪ଟି ସାଧାରଣ ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି । ବିଶେଷ କରି ନିମେସୁଲାଇଡ, ପାରାସିଟାମୋଲ ଏବଂ କ୍ଲୋଫେନିରାମାଇନ୍ ମାଲେଟ ଏବଂ କୋଡିନ ସିରପ ସମେତ ୧୪ଟି ଏଫଡିସି ଔଷଧ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ଶୁକ୍ରବାର ଦିନ ଏକ ବିଜ୍ଞପ୍ତି ଜାରି କରି ଏହି ଫିକ୍ସଡ ଡୋଜ କମ୍ବିନେସନ (ଏଫଡିସି) ଔଷଧ ଉପରେ ପ୍ରତିବନ୍ଧକ ଲଗାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି କି, ଏହି ଫିକ୍ସଡ ଡୋଜ ମିଶ୍ରଣର କୌଣସି ଡାକ୍ତରୀ ଯଥାର୍ଥତା ନାହିଁ ଏବଂ ଏହା ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ଆଣିପାରେ । ଏଥିରେ ନିମେସୁଲାଇଡ, ଏବଂ ପାରାସିଟାମୋଲ ବଟିକା, କ୍ଲୋଫେନିରାମାଇନ ମାଲେଟ ଯୁକ୍ତ କୋଡିନ ସିରପ, ଫୋଲକୋଡାଇନ ଯୁକ୍ତ ପ୍ରୋମେଥାଜିନ, ଆମୋକ୍ସିଲିନ ଯୁକ୍ତ ବ୍ରୋମେହକ୍ସିନ ଯୁକ୍ତ ଡେକ୍ସୋମେଥୋର୍ଫାନ ଯୁକ୍ତ ଆମୋନିୟମ କ୍ଲୋରାଇଡ ଯୁକ୍ତ ମେନ୍ଥୋଲ, ପାରାସିଟାମୋଲ ଯୁକ୍ତ ବ୍ରୋମେହକ୍ସିନ ଯୁକ୍ତ ଫିନାଲେଫ୍ରିନ ଯୁକ୍ତ ଫିନାଇଲେଫ୍ରିନ ଯୁକ୍ତ କ୍ଲୋରଫିନିମିନ୍ ଅନ୍ତର୍ଭୂକ୍ତ ।