ବାହାନଗା ଟ୍ରନ ଟ୍ରାଜେଡି, ମୃତକଙ୍କ ପରିବାର ପାଇଁ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪/୦୬: ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ  ସହାୟତା ମିଳିବ । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ଦିଆଯିବ । ମୃତକଙ୍କ ପରିବାରବର୍ଗଙ୍କ ପାଇଁ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଶୀଘ୍ର ଆଶୁ ଅରୋଗ୍ୟ କାମନା କରିଛନ୍ତି ନବୀନ । ଅନ୍ୟପଟେ ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ ସମସ୍ତ ବ୍ୟବସ୍ଥା କରିଛି। ୪୮ ଘଣ୍ଟା ଭିତରେ ଶେଷ ହେବ ଚିହ୍ନଟ ପ୍ରକ୍ରିୟା । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ମରାମତି କାମ ଶେଷ ହୋଇଯାଇପାରେ  ।