ବରମୁଣ୍ଡା ବସ୍‌ ଟର୍ମିନାଲର ରୂପାନ୍ତର କାମର ଅଗ୍ରଗତି ସମୀକ୍ଷା କଲେ 5T ସଚିବ

ଭୁବନେଶ୍ୱର,୧/୦୬: ୫-ଟି ଉପକ୍ରମରେ ବରମୁଣ୍ଡା ବସ୍‌ ଟର୍ମିନାଲର ରୂପାନ୍ତର କାମ ଚାଲିଛି। ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପହଞ୍ଚିଥିଲେ । ନିର୍ମାଣସ୍ଥଳ ପରିଦର୍ଶନ କରି ପାଣ୍ଡିଆନ ପୁରା ନିର୍ମାଣ କାମର ଏକ ଭିଡିଓ ପ୍ରେଜେଣ୍ଟେସନ ଦେଖି ଆଲୋଚନା କରିଥିଲେ । ଜୁନ୍ ମାସ ଶେଷ ସୁଦ୍ଧା ସିଭିଲ୍‌ କାମ ସରିବ ବୋଲି ଜଣାଯାଇଛି । ଜୁଲାଇ ମାସ ସୁଦ୍ଧା ପୁରା ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।