ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ,୧/୦୬: ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ କର୍ଣ୍ଣାଟକର ଚାମରାଜନଗର ଠାରେ ଦୁର୍ଘଟଣାରେ ଶିକାର ହୋଇଛି । ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନାର ଟ୍ୱିଟ୍ ମୁତାବକ କିରଣ ପ୍ରଶିକ୍ଷଣ ବିମାନ ଆଜି ନିୟମିତ ଭାବେ ପ୍ରଶିକ୍ଷଣ ଉଡାନ କ୍ରମରେ କର୍ଣ୍ଣାଟକର ଚାମରାଜନଗର ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି ।ବିମାନ ଭିତରେ ଥିବା ୨ଜଣ ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ । କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ତରଫରୁ କୋର୍ଟ ଅଫ୍ ଇନକ୍ୱାରୀ ପାଇଁ ଆଦେଶ ଦିଆଯାଇଛି । ସୂଚନା ଥାଉକି ଅଳ୍ପ କିଛିଦିନ ତଳେ ମଧ୍ୟପ୍ରଦେଶର ଭିଣ୍ଡ ଠାରେ ଭାରତୀୟ ବାୟୁସେନାର ଆପାଚି ହେଲିକପ୍ଟରର କିଛି ତୃଟି କାରଣରୁ ଜରୁରୀ ଅବତରଣ କରାଯାଇଥିଲା ।