ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର

ନୂଆଦିଲ୍ଲୀ,୧/୦୬: ଦେଶରେ କମିଲା କମର୍ସିଆଲ ଗ୍ୟାସ ଦର । ଦିଲ୍ଲୀରେ ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ । ଗତ ମେ’ରେ ୧୭୨ ଟଙ୍କା ଶସ୍ତା ହୋଇଥିଲା ।  ଦିଲ୍ଲୀରେ କମର୍ସିଆଲ ଗ୍ୟାସର ଦର ୮୩.୫ ଟଙ୍କା ହ୍ରାସ ପାଇ ବର୍ତ୍ତମାନ ନୂତନ ମୂଲ୍ୟ ୧୭୭୩ ଟଙ୍କା ହୋଇଛି । ଗତ ମାସରେ  ଗ୍ୟାସ ମୂଲ୍ୟ ସିଲିଣ୍ଡର ପିଛା ୧୮୫୬.୫୦ ଟଙ୍କା ଥିଲା। ଏଥି ସହିତ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ରହିଛି । ମୁମ୍ବାଇରେ  ୮୩.୫୦ ଟଙ୍କା ୧୮୦୮.୫୦ ରୁ ୧୭୨୫ ଟଙ୍କା ଶସ୍ତା ହୋଇଛି । ଏଥି ସହିତ ଚେନ୍ନାଇରେ ଏଲପିଜି ଗ୍ୟାସ ୨୦୨୧.୫୦ ରୁ ୮୪.୫୦ ଟଙ୍କାକୁ ହ୍ରାସ ହୋଇ ୧୯୩୭ ଟଙ୍କାକୁ ପହଞ୍ଚିଛି ।