ତହସିଲ କାର୍ଯ୍ୟାଳୟରୁ ଆରଆଇଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୩୧/୦୫: କଟକ ନିଶ୍ଚିତକୋଇଲି ତହସିଲ ଆରଆଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ତହସିଲ କାର୍ଯ୍ୟାଳୟର ଦ୍ୱିତୀୟ ମହଲାର ଏକ ଘରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆଇଆଇ ହେଉଛନ୍ତି ସଞ୍ଜୟ ଦାସ । ଗତକାଲି ଅପରାହ୍ଣ ୫ଟାରେ ନିଶ୍ଚିତକୋଇଲି ବଜାରକୁ ଚା’ ପିଇବାକୁ ଯିବେ ବୋଲି କହି ଯାଇଥିଲେ । ହେଲେ ଅଫିସର ଦ୍ୱିତୀୟ ମହଲାରେ ଥିବା ଏକ ଘରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।