ଜମ୍ମୁ କାଶ୍ମୀରରେ ମର୍ମନ୍ତୁଦ ଦୁର୍ଘଟଣା, ୧୦ ମୃତ

ନୂଆଦିଲ୍ଲୀ,୩୦/୦୫: ଜମ୍ମୁ କାଶ୍ମୀରରେ  ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ- ୪୪ରେ ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ସେଥିରେ ଥିବା ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଅମୃତସରରୁ ବୈଷ୍ଣୋଦେବୀ ଯାଉଥିଲା । ବସରେ ୭୫ ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।