ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ଜିତିଲା ଚେନ୍ନାଇ ସୁପର କିଙ୍ଗସ୍

ନୂଆଦିଲ୍ଲୀ,୩୦/୦୫:ପୁଣି ବାଜି ମାରିନେଲା ଚେନ୍ନାଇ । ଗୁଜରାଟକୁ ହରାଇ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ଶେଷ ବଲରେ ଧୋନୀଙ୍କ ଚେନ୍ନାଇ ଟିମ୍ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୧୪ ରନର ବିଶାଳ ସ୍କୋର କରିଥିଲେ । ଶେଷ ବଲରେ ଚେନ୍ନାଇ ଖେଳାଳି ୪ ରନ୍ କରି ଜିତିଲା ଆଇପିଏଲ । ଏହାସହ ପଂଚମ ଥର ପାଇଁ ଆଇପିଏଲ ଟ୍ରଫି ହାତେଇ ନେଇଛି ଚେନ୍ନାଇ ସୁପରକିଙ୍ଗସ୍ । ସେପଟେ ଚଳିତ ଆଇପିଏଲ ପରେ ଧୋନୀ ଅବସର ନେଇଯିବେ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଅସନ୍ତା ଆଇପିଏଲରେ ଖେଳିପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ଧୋନୀ ।