ବିଜେଡି ସରକାରର ୫ମ ପାଳିର ୫ମ ବର୍ଷ ଆରମ୍ଭ

ଭୁବନେଶ୍ୱର,୨୯/୦୫: ଆଜି ବିଜେଡି ସରକାରର ପଞ୍ଚମ ପାଳିର ପଞ୍ଚମ ବର୍ଷ ଆରମ୍ଭ ହୋଇଛି । ବିଜେଡି ଦେଇଥିବା ପ୍ରତିଶ୍ରୁତି ପୁରା କରିବା ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ହେବାର ଅଛି । ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି ମିଳିବ ବୋଲି ସୂଚନା ମିଳିଛି । ସେଭଳି ଲୋକଙ୍କୁ ଘର ପାଇଁ ସବସିଡ୍ ସହ ଋଣ ଯୋଗାଇଦେବାକୁ ଯୋଜନା ପ୍ରସ୍ତୁତ କରାଯାଇଛି । ଗରିବ ଲୋକଙ୍କୁ ୧ ଲକ୍ଷରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଜନା ଦେବାକୁ ବ୍ୟବସ୍ଥା କରାଯାଇଛି । ସେଥିରୁ ସରକାର ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଛାଡ କରିବାକୁ ଯୋଜନା କରିଛନ୍ତି । ବାକି ଟଙ୍କା ଋଣ ନେବାର ୧୧ ବର୍ଷ ପରେ ସୁଝିବାର ବ୍ୟବସ୍ଥା କରାଯାଇଛି ।

ଆଛି କିଛି ବଡ଼ ନିଷ୍ପତ୍ତି କ୍ୟାବିନେଟରେ ନିଆଯାଇପାରେ ବୋଲି କୁହଯାଉଛି । ବିଶେଷ କରି ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ମିସନ ଶକ୍ତି, ଆଇଟି, ଉଚ୍ଚଶିକ୍ଷା, ପୂର୍ତି. ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ସୂଚନା ମିଳିଛି ।