ଜାପାନ ଗସ୍ତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୮/୫: ଜାପାନ ଗସ୍ତରେ ଅଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଆଜି ସେ ଜାପାନ ଓାସାକାରୁ ରାଜଧାନୀ ଟୋକିଓ ଯାଏ ୫ ଶହ କିମିର ଯାତ୍ରା କରିଛନ୍ତି । ଯାତ୍ରାର ଶୁଭାରମ୍ଭ ପୂର୍ବରୁ ଷ୍ଟାଲିନ ଏକ ଟ୍ୱିଟ କରି କିଛି ଫଟୋ ସେୟାର କରିଛନ୍ତି । ଏହା ସହ ବୁଲେଟ ଟ୍ରେନକୁ ନେଇ ଭାରତକୁ କିଛି ଉପଦେଶ ଦେଇଛନ୍ତି ।

ଯାତ୍ରା ଆରମ୍ଭ ବେଳେ ଷ୍ଟାଲିନ ଟ୍ୱିଟ କରି ଲେଖିଛନ୍ତି, ଓସାକାରୁ ଟୋକିଓ ଯାଏ । ବୁଲେଟ ଟ୍ରେନର ଯାତ୍ରା ଅଢେଇ ଘଣ୍ଟାରୁ କମ ସମୟ ମଧ୍ୟରେ ୫ ଶହ କିଲୋମିଟର ରାସ୍ତା ଅତିକ୍ରିମ କରିହେଉଛି । ସେ ଏହା ମଧ୍ୟ କହିଛନ୍ତି, ଭାରତରେ ଏହିଭଳି ଟ୍ରେନ ଚାଲିବା ଦରକାର । ଏହା ଦ୍ୱାରା ଦେଶର ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କୁ ଅନେକ ଫାଇଦା ମିଳିପାରିବ ।