ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ

ନୂଆଦିଲ୍ଲୀ,୨୭/୫: ଆଜି ଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ମହିଳା ଶସକ୍ତୀକରଣ ଏବଂ ବିକାଶ ଭିତ୍ତିଭୂମି ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ।ତେବେ ଏହି ବୈଠକରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେବେନାହିଁ ବୋଲି ଘୋଷଣା କରିଛନ୍ତି । ଯେଉଁଠି ସଂଘୀୟ ବ୍ୟବସ୍ଥା ପ୍ରହସନରେ ପରିଣତ ହୋଇଛି ସେଠି ନୀତି ଆୟୋଗ ବୈଠକରେ ଯୋଗଦେବାର ଅର୍ଥ କଣ ବୋଲି କହିଛନ୍ତି କେଜ୍ରିୱାଲ ।