ସାବଧାନ! ଏଣିକି ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ଉଠାଇନେବ ବିଏମସି

ଭୁବନେଶ୍ୱର,୨୬/୫: ସାବଧାନ ଏଣିକି ଅଚଳ ଓ ଅବ୍ୟବହୃତ ଗାଡି ରାସ୍ତାରେ ରଖିଲେ ଉଠାଇନେବ ବିଏମସି । ବିଏମସି ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଅଚଳ ଗାଡି ସହ ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାରକୁ ରାସ୍ତା ନିକଟରେ ରଖି ହେବ ନାହିଁ । ସେମାନଙ୍କୁ ବିଏମସି ପକ୍ଷରୁ ୭ ଦିନିଆ ନୋଟିସ୍ ଦିଆଯିବ । ଏହି ସମୟ ଭିତରେ ଗାଡି ନହଟାଇଲେ ବିଏମସି ଆସି ଗାଡି ଉଠାଇନେବ । ଭୁବନେଶ୍ୱର ଭୋଇନଗରରୁ ଏହି ଅଭିଯାନ ଆରମ୍ଭ କରିଛି ବିଏମସି । ବିଏମସି କର୍ମଚାରୀ ରାସ୍ତାରେ ଥିବା ଅଚଳ ଗାଡିକୁ ଉଠାଇବା ପାଇଁ ସେହି ଗାଡିରେ ନୋଟିସ୍ ଲଗାଇଛନ୍ତି । ଦୀର୍ଘ ଦିନ ଧରି ରାସ୍ତା ଉପରେ ଏପରି ଗାଡି ରଖାଯାଉଥିବାରୁ ରାସ୍ତା ସଫା କରିବାରେ ସଫେଇ କର୍ମଚାରୀ ସମସ୍ୟା ଭୋଗୁଛନ୍ତି ବୋଲି ବିଏମସି ପକ୍ଷରୁ କୁହାଯାଇଛି ।