ଆସନ୍ତା ୨୮ ରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ ତାରିଖ ଘୋଷଣା

ଭୁବନେଶ୍ୱର,୨୬/୫: ମାଟ୍ରିକ ଫଳ ପ୍ରକାଶ ପରେ ଏବେ ଯୁକ୍ତ ଦୁଇ ରେଜଲ୍ଟ ନେଇ ଅପେକ୍ଷାରେ ଛାତ୍ରଛାତ୍ରୀ ।ଏହାରିମଧ୍ୟରେ ଆସନ୍ତା ୨୮ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବାର ତାରିଖ ଘୋଷଣା କରାଯିବ । ତେବେ ୩୦ କିମ୍ବା ୩୧ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇପାରେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି । ସୂଚନା ମୁତାବକ, ପରୀକ୍ଷା ଫଳ ପ୍ରକାଶ ପାଇବା ପାଇଁ ଖାତା ଦେଖାଠାରୁ ଆରମ୍ଭ କରି ଟାବୁଲେସନ୍ ସବୁ ପ୍ରକାଶ ଶେଷ ହୋଇଛି । ଖୁବ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ପ୍ରଥମେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏହାପରେ ଜୁନ୍ ୮ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ।