ଆଇପିଏସ୍ ପ୍ରବୀଣ ସୁଦ୍ ସିବିଆଇର ନିର୍ଦ୍ଦେଶକ ଭାବେ ଗ୍ରହଣ କଲେ ଦାୟିତ୍ୱ

ଭୁବନେଶ୍ୱର,୨୬/୫:ଆଇପିଏସ୍ ପ୍ରବୀଣ ସୁଦ୍ ସିବିଆଇର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୬ ବ୍ୟାଚର କର୍ଣ୍ଣାଟକ କ୍ୟାଡର ସେ ଆଇପିଏସ୍ ।  ସୁବୋଧ ଜୟସୱାଲଙ୍କ ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ସୂଚନାଯୋଗ୍ୟ ଯେ ନିଜର ୩୭ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରବୀଣ ସୁଦ୍ କର୍ଣ୍ଣାଟକ ବିଲୋରୀ ଓ ରାୟପୁରରେ ପୁଲିସ ଅଧିକ୍ଷକ ଓ ଅତିରିକ୍ତ ପୁଲିସ ଆୟୁକ୍ତ, ବେଙ୍ଗାଳୁରୁରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ପରି ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି ।