ବାଣୀବିହାର କ୍ୟାମ୍ପସ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୨୫/୦୫: ବାଣୀବିହାର କ୍ୟାମ୍ପସ ପରିସରରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ମୃତଦେହର ପରିଚୟ ମିଳିପାରିଛି । ମୃତକ ଜଣକ ହେଉଛନ୍ତି ୨୧ ବର୍ଷୀୟ ଉତମ ନାୟକ । ତାଙ୍କ ଘର ପିପିଲି ଦାଣ୍ଡମୁକୁନ୍ଦପୁର ବୋଲି ଜଣାପଡିଛି । ଉତ୍ତମ ନିଜ ପରିବାର ସହ ବାଣୀବିହାର କ୍ୟାମ୍ପସରେ ରହୁଥିବା ବେଳେ ଦିନ ମଜୁରିଆ ଭାବେ କାମ କରୁଥିଲେ କାଲି ରାତିରେ ଘରେ ଥିଲେ । ହେଲେ ସକାଳୁ ସକାଳୁ ତାଙ୍କର କିଭଳି ମୃତ୍ୟୁ ହେଲା ସେ ନେଇ କାହାକୁ ଜଣାନଥିବା କହିଛନ୍ତି ପରିବାର ଲୋକେ । ପୁଅକୁ କେହି ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଘଟଣାସ୍ଥଳରେ ସହିଦନଗର ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।