ଆଉ ଏକ ମହାମାରୀ ତାଣ୍ଡବ ଦେଖିବ ବିଶ୍ୱ : WHO

ଭୁବନେଶ୍ୱର,୨୫/୫:  ଆଉ ଏକ ମହାମାରୀ ତାଣ୍ଡବ ଦେଖିବ ବିଶ୍ୱ । ଏପରି ଚେତାବନୀ ଦେଇଛି ଡବ୍ଲ୍ୟୁଏଚଓ । କରୋନା ଭୂତାଣୁ ପରେ ପରବର୍ତ୍ତୀ ମହାମାରୀକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲ୍ୟୁଏଚଓ ମୁଖ୍ୟ ଟେଡ୍ରସ ଆଦନମ୍ କହିଛନ୍ତି ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ୱକୁ ପ୍ରସ୍ତୁତ ରହିବାକୁ ପଡିବ । କାରଣ କରୋନା ମହାମାରୀ ତୁଳନାରେ ଏହା ଅଧିକ ଘାତକ ହୋଇପାରେ । ସେ କହିଛନ୍ତି କରୋନା ଏବେ ଆଉ ବିଶ୍ୱ ମହାମାରୀ ହୋଇ ରହିନାହିଁ । ମାତ୍ର ଏହାର ଅର୍ଥ ନୁହେଁ କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳିଯାଇଛି । କୋଭିଡ-୧୯ର ନୂଆ ଭାରିଆଣ୍ଟ ଯେକୌଣସି ମୂହୁର୍ତ୍ତରେ ମଧ୍ୟ ଆସିପାରେ । ଏପରିକି କିଛି ନୂଆ ଭୂତାଣୁ ଆସିପାରେ ଯାହା କରୋନା ତୁଳନାରେ ଅଧିକ ମାରାତ୍ମକ ହୋଇପାରେ । ତେଣୁ ଆମ ସମସ୍ତଙ୍କୁ ସତର୍କ ରହିବାକୁ ପଡିବ । କାରଣ କରୋନା ଆସିବା ବେଳେ ଏହାର ମୁକାବିଲା ପାଇଁ କେହି ପ୍ରସ୍ତୁତ ନଥିଲେ, ଯେଉଁଥିପାଇଁ ଅନେକ ଲୋକ ପ୍ରାଣ ହରାଇଲେ ।  ତେଣୁ ଆଉ ଏକ ମହାମାରୀ ଆସିବାକୁୁ ଥିବା ବେଳେ ଏହାର ମୁକାବିଲା ପାଇଁ ସତର୍କ ଆଉ ସଜାଗ ରହିବା ସହ ଆମକୁ ପ୍ରସ୍ତୁତ ରହିବାକୁ ପଡିବ ବୋଲି କହିଛନ୍ତି ଡବ୍ଲ୍ୟୁଏଚଓ ମୁଖ୍ୟ ।