ଜାମ୍ମୁ-କାଶ୍ମୀରର କିଶତୱାଡରେ ଭୟଙ୍କର ଦୁର୍ଘଟଣା, ୭ମୃତ

ନୂଆଦିଲ୍ଲୀ,୨୪/୫: ଜାମ୍ମୁ-କାଶ୍ମୀରର କିଶତୱାଡ ଜିଲ୍ଲାରେ ଆଜି ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ଗାଡି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିବାରୁ ୭ଜଣଙ୍କ ମୃତ୍ୟୁ ହୋଇଛି ।  ସୂଚନା ମୁତାବକ କିଶତୱାଡ ଜିଲ୍ଲା ଦଚ୍ଚନ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ସକାଳ ସମୟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଟ୍ୱିଟ୍ କରି ଏହି ଦୁର୍ଘଟଣା ବାବଦରେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି କି ଦୁର୍ଘଟଣା ସ୍ଥଳକୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି ।