ଆରପାରିରେ ଟେଲିଭିଜନ ତାରକା ନିତେଶ ପାଣ୍ଡେ

ନୂଆଦିଲ୍ଲୀ,୨୪/୦୫: ପୁଣି ଆସିଲା ଦୁଃଖ ଖବର । ଅନୁପମା ଧାରାବାହିକର ପ୍ରସିଦ୍ଧ କଳାକାର ନିତେଶ ପାଣ୍ଡେଙ୍କର ମୃତ୍ୟୁ ହୋଇଛି । ହୃଦଘାତ କାରଣରୁ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା।

ନିତେଶ ପାଣ୍ଡେଙ୍କ ମୃତ୍ୟୁ ଟେଲିଭିଜନ ତାରକାଙ୍କ ମଧ୍ୟରେ ଶୋକର ଛାୟା ଖେଳାଇଦେଇଛି । ଗତ ୨୫ ବର୍ଷ ହେବ ସେ ଟେଲିଭିଜନ ଦୁନିଆରେ କାମ କରିବା ସହ ଜଣେ ଲୋକପ୍ରିୟ କଳାକାର ଭାବେ ନିଜର ଛବି ତିଆରି କରିପାରିଥିଲେ ।ନିତେଶ ପାଣ୍ଡେ ୧୯୯୦ ମସିହାରେ ଥିଏଟରରୁ ନିଜୟ ଅଭିନୟ ଜୀବନ ଆରମ୍ଭ କରିଥିଲେ । କେବଳ ଟେଲିଭିଜନ ନୁହେଁ ସେ କିଛି ହିନ୍ଦି ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ହିନ୍ଦି ସିନେମା ‘ଓମ୍ ଶାନ୍ତି ଓମ’ରେ ସେ ଶାହାରୁଖ ଖାନଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ । ଏହା ଫିଲ୍ମ ବଧାଇ ଦୋ, ହଣ୍ଟର, ଦବଙ୍ଗ-୨, ବାଜି, ମେରେ ୟାର କି ସାଦି ହେ ଭଳି ସିନେମାରେ ଅଭିନୟ କରିଥିଲେ । କେବଳ ଅଭିନୟ ନୁହେଁ ନିତେଶ ନିଜର ସୁନ୍ଦର କଣ୍ଠ ପାଇଁ ମଧ୍ୟ ବେଶ୍ ପରିଚିତ ଥିଲେ ।