ଦେବୀରଥର ଚାରିଗୋଚି ଚାରି ନାହାକା ନିର୍ମାଣ ଶେଷ

ଭୁବନେଶ୍ୱର,୨୪/୦୫: ଆଉ ହାତ ଗଣତି କେଇଟା ଦିନ ଗଲେ ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି।  ତିନିରଥର ପାଞ୍ଚ ଦଣ୍ଡା କାମ ବି ସରିବା ଉପରେ । ଏଥିସହ ତିନିରଥର ପ୍ରଥମ ଭୂଇଁ ଏବଂ ଦ୍ୱିତୀୟ ଭୂଇଁ ନିର୍ମାଣ ପାଇଁ ଚଉପଟ ଭୂଇଁ ଖମ୍ବ ଯୋଗାଇଛନ୍ତି ଭୋଇ ସେବକ । ରଥ ନିର୍ମାଣ ପାଇଁ ବିନ୍ଧ କାର୍ଯ୍ୟ ଜାରି ରହିଛି । ଦେବୀରଥର ଚାରିଗୋଚି ଚାରି ନାହାକା ନିର୍ମାଣ ଶେଷ ହୋଇଛି । ତାଳଧ୍ୱଜ ଏବଂ ନନ୍ଦିଘୋଷ ରଥର ଦୁଇଗୋଟି ଚାରି ନାହାକାର ନିର୍ମାଣ କାମ ଜାରି ରହିଛି । ତିନିରଥର ରୂପକାର ସେବକମାନେ ତିନିରଥର ସାଲଗୁଜ ଏବଂ ତିନିଗୁଜ ଗୁଡିକର ରୂପ ଖୋଦାଇ ଶେଷ କରି ଶେଷ ଦୁଇଟି ତିଖ ଗୁଜରେ ନୃସିଂହ ରୂପ ଖୋଦେଇ କାମ ଜାରି ରଖିଛନ୍ତି ।